ଗଲ୍ପ ।। ଖରା ର' ଦୁଃଖ ।।
ଆଶୁତୋଷ ମେହେର
ଖରାକୁ ମୋଟ ଡରେନା ସେ, ଦିନମଜୁରିଆ ଲୋକ ବର୍ଷତମାମ ଖରାରେ ତା' କାମ । ଖରା ,ପରିଶ୍ରମ ଓ ଝାଳ ର ମିଶାମିଶିରେ ହିଁ ସେମାନଙ୍କ ଜୀବନ ସଂଗୀତ । ତେଣୁ ତା ପାଇଁ ଏଗୁଡା ସବୁ ଦୁଃଖ ବୋଲି ସେ ଭାବେନନା । ଖରାବେଳିଆ ବିଶ୍ରାମ ସମୟରେ ଗଛ ଝାଇରେ ଗାମୁଛା ବିଛାଇ ଲୋଟିଥିବା ମନୁଆଁ ଭାବୁଥିଲା ମନେ ମନେ.........
ହେଲେ ଏ ଖରା ଦିନ ଆସିଗଲେ ସେ ଯେଉଁ କଲୋନୀରେ ଭଡାଘର ଖଣ୍ଡେ ନେଇ ରହୁଛି ସେଠି ପିଇବା ପାଣି ଥିବା ନଳକୂଅଁ ଟା ଶୁଖଲା ପଡିଯାଏ । ସରକାରଙ୍କ ପାଣିକଳ ଯୋଡା ଯାଇ ନାହିଁ ତାଙ୍କ ଏ ଅଘୋଷିତ କଲୋନୀକୁ।ତେଣୁ ତା ସ୍ତ୍ରୀ କୁନିକୁ ପିଇବା ପାଣି ପାଇଁ ନିତି ଦିନ ସକାଳୁ ଯିବାକୁ ପଡେ ପାଖାପାଖି କିଲୋମିଟର ଖଣ୍ଡେବାଟ... ଯେଉଁଠୁ ଦୁଇ ଗରା ପାଣି ବଡ କଷ୍ଟରେ ମୁଣ୍ଡାଇେ ଆଣେ ସେ....ଏଇଟା ହିଁ ମନୁଆଁକୁ ସବୁଠୁ ବଡ ବାଧେ.... ଦୁଃଖ ଦିଏ..ମାନସିକ ଦୁଃଖ..ତା....
ଖରାଦିନ ର ଦୁଃଖ....।।
*ସମାପ୍ତ*
Sunday, 9 April 2017
ଗଲ୍ପ ।। ଖରା ର' ଦୁଃଖ ।।
Labels:
ଆଶୁତୋଷ ମେହେର
Subscribe to:
Post Comments (Atom)
No comments:
Post a Comment