Thursday, 6 April 2017

ସୁସ୍ଥ ମଣିଷ,ସୁସ୍ଥ ଦେଶ

  ।। ସୁସ୍ଥ ମଣିଷ,ସୁସ୍ଥ ଦେଶ ।।
       ଆଶୁତୋଷ ମେହେର
ଅଜି ଏପ୍ରିଲ ୭ ତାରିଖ,ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରେ ଆପଣ ସମସ୍ତଙ୍କ ସୁସ୍ଥ ଜୀବନ କାମନା କରୁଛି ।
କଥାରେ ଅଛି  ସ୍ବାସ୍ଥ୍ୟ ଅମୂଲ୍ୟ ସଂପଦ ଓ ସୁସ୍ଥ ମଣିଷ ସବୁଠାରୁ ସୁଖୀ । ସୁସ୍ଥ ରହିବାର ଅନେକ ତଥ୍ୟ ଆପଣମାନଙ୍କୁ ବିଭିନ୍ନ ସୂତ୍ରରୁ ପାଇପାରିବେ । ତେବେ ପ୍ରସିଦ୍ଧ ଓ ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଏ ବାବଦରେ ନିମ୍ନ ଲିଖିତକଥା ସବୁ ପାଳନ ପାଇଁ କହନ୍ତି ଯାହାକି ଅତି ସହଜରେ କରିହେବ । ସେ ଗୁଡିକ ହେଲା---
୧-ଆମ ପୂର୍ବସୂରୀ(ଅଜାଦାଦା)ଙ୍କ ପରି ଖାଇବା,ଶୋଇବା ଓ ଚାଲିବା
୨-ନିଦ୍ରା ଅତି ଅପରିହାର୍ୟ ।ଏହା ଶରୀରରେ କ୍ଷୟ ଶକ୍ତିକୁ ଫେରାଇଆଣେ।ତେଣୁ ରାତ୍ରୀଭୋଜନକୁ ଜଲଦି ସାରି,ଯଥାଶୀଘ୍ର ଶୟନ ପାଇଁ ଯାଆନ୍ତୁ ।
୩-ବ୍ୟାୟାମ ପାଇଁ ସମୟ ନାହିଁ କହିବା ଏକାନ୍ତ ଅନୁଚିତ । ଦୈନିକ ପ୍ରାୟ ୪୦ ମିନିଟରେ ଚଲାବୁଲା ଓ ମଝିରେ ମଝିରେ ସିଢି ଚଢିବା ଅଭ୍ୟାସ ରହିବା କଥା । ଅଫିସରେ ମଧ୍ୟ ଘଣ୍ଟେ ଅଧଘଣ୍ଟାରେ ସିଟ୍ ରୁ ଉଠି ଟିକିଏ ବୁଲାଚଲା କରିବାକଥା ।
୪-ମାନସିକଚାପରୁ ନିଜକୁ ମୁକ୍ତ ରଖନ୍ତୁ।ଏହା ସ୍ବାସ୍ଥହାନିର ଏକ ପ୍ରମୁଖ କାରଣ।
ଏଥିପାଇଁ ଯୋଗାଭ୍ୟାସ କରନ୍ତୁ ଓ କିଛି ହବିରେ ମନ ରଖନ୍ତୁ ।
୫-ନିଜ ସ୍ବାସ୍ଥ୍ୟର ବିଭିନ୍ନ ଦିଗକୁ ମଝିରେ ମଝିରେ ପରୀକ୍ଷା କରି ନିଅନ୍ତୁ ଓ ଦରକାର ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଏହି ସାଧାରଣ ବିଷୟକୁ ସାମାନ୍ୟ ଧ୍ୟାନରେ ରଖିଲେ ଆପଣ ନିଜର ସ୍ବାସ୍ଥ୍ୟକୁ ସୁନ୍ଦର ଭାବେ ରଖିପାରିବେ ।

ଏହା ବ୍ୟତୀତ ଆମର ଖାଦ୍ୟ ପ୍ରଣାଳୀ ମଧ୍ୟ ସୁସ୍ଥ ଜୀବନପାଇଁ ଏକ ପ୍ରମୂଖ ଭୂମିକା ନିଭାଇଥାଏ ।ଏ ବାବଦରେ ଡାକ୍ତର ପଣ୍ଡାଙ୍କ ମତାମତ ମଧ୍ୟ ପ୍ରଣିଧାନ ଯେଗ୍ୟ---
୧- ସପ୍ତାହରେ ଛଅ ଦିନ ନିରାମୀଷ ଖାଦ୍ୟ ଖାଆନ୍ତୁ ଓ ଗୋଟାଏ ଦିନ ଯଥା ରବିବାରକୁ ଆମିଷଦିନ କରନ୍ତୁ
୨-ସକାଳ ଜଳଖିଆରେ ଅଣ୍ଡା(କେଶର ରହିତ),ମଲଟିଗ୍ରେନ୍ ଅଟାର ରୁଟି,କିଛି ପନିପରିବା ଓ ଫଳ ନିଅନ୍ତୁ
୩-ମଧ୍ୟାହ୍ନଭୋଜନରେ ମାଛ, ସବୁଜ ତଟକା ପନିପରିବା,ଡାଲି,ଫଳମୂଳ ଓ ତା' ସହ କମ୍ ଭାତ ବା ରୁଟି ନିଅନ୍ତୁ
୪-ରାତ୍ରୀଭୋଜନରେ ସୁପ୍,ସାଲାଡ ଏବଂ ସମୟଅନୁଯାୟୀ ମିଳୁଥିବା ଫଳ ଓ ଶୁଷ୍କଫଳ କିଛିମାତ୍ରାରେ ନିଅନ୍ତୁ ।

କହିବା ନିଃସପ୍ରୋଜନ ଯେ ଆପଣ ନିଜ ମନମୁତାବକ ଖାଦ୍ୟରେ ପରିବର୍ତ୍ତନ କରିପାରିବେ ।
ଏକ ସୁସ୍ଥ ସମାଜ/ଦେଶ ପାଇଁ ସୁସ୍ଥ ମଣିଷ ଜରୁରୀ । ଯେଉଁ ଦେଶର ମାନବ ସମ୍ବଳ ଯେତେ ସୁସ୍ଥ ସେ ଦେଶ ସେତେ ପ୍ରଗତିଶୀଳ ଓ ଆଗୁଆ ।ତେଣୁ ନିଜକୁ ସୁସ୍ଥ ରଖିବା ଆମପାଇଁ ଏକ ସାମାଜିକ ଦାୟିତ୍ବ । ଚାଲନ୍ତୁ ସମସ୍ତେ ମିଳିମିଶି ଦେଶକୁ ସୁସ୍ଥ ରଖିବା ।।(ସଂଗୃହୀତ)
               *ସମାପ୍ତ**

No comments:

Post a Comment