Saturday, 1 April 2017

ଛୋଟଗଲ୍ପ ।। ରାଜା ଓ ରଙ୍କ ।।

ଛୋଟଗଲ୍ପ
                     ।। ରାଜା ଓ ରଙ୍କ ।।
                                              ଆଶୁତୋଷ ମେହେର

ରବିବାରିଆ ଦିନ..ରାସ୍ତା କଡ ଚିକେନ୍ କାଉଣ୍ଟରରେ ଠିଆ ହୋଇ ଥିବା ବେଳେ ରଜତ ବାବୁଙ୍କ କାନରେ ପଡିଲା ଘନ ଘନ ପୋଲିସ୍ ସାଇରେନର ଶଦ୍ଦ ।
ବୁଲିକରି ଚାହିଁଲା ବେଳକୁ ରାଜରାସ୍ତରେ  ଦଉଡୁଛି ପୋଲିସ ଏସ୍କଟ୍ ଜିପ୍ ଓ ତା ପରକୁ ପରକୁ ଲମ୍ବିଛି ନାଲିବତୀ ଲଗା କୌଣସି ମନ୍ତ୍ରୀଙ୍କ ସରକାରୀ ଗାଡିମାଳ... ସରକାରୀ ଗସ୍ତରେ ବେଧେ....
ବୁଲିକି ଫେରି ଚାହିଁଲା ବେଳକୁ ରଜତ ବାବୁଙ୍କ ନଜର ପଡିଲା ରାସ୍ତାକଡ ପାଖ ଦୋକାନ ଆଗରେ ମଟରସାଇକେଲ୍ ଉପରେ ବସି ସକାଳର ଖବରକାଗଜ ପଢୁଥିବା,ତାଙ୍କ ସାହିର ଟୋକା ରତନ ତାଙ୍କ ଆଡକୁ ଚାହିଁରହିଛି...
"ମଉସା,କ'ଣ ଦେଖୁଛନ୍ତି..ସେ ପରା ଆମ ଦ୍ବାର ନିର୍ବାଚିତ ଲୋକ ପ୍ରତିନିଧି....
"ହଁ ରେ ରତନା,ଲୋକ ପ୍ରତିନିଧି ନିର୍ବାଚନ ଯାକେଁ...ତା ପରେ ତ ରାଜା ସେମାନେ...ପୁରାପୁରି ରାଜାରାଜୁଡାରୁ କମ୍ ନୁହନ୍ତି ' ଟିକିଏ ଅଭିମାନରେ ତାଙ୍କ ମୁହଁରୁ ବାହାରିଆସିଲା ଯେମିତି ।
"ହେଲେ କ'ଣ ହେବ ଯେ. ମଉସା,କାଲି ନିର୍ବାଚନ ହାରିଗଲେ...ସେଇ ରଙ୍କ ହିଁ ରଙ୍କ...ଏଇ ରାଜରାସ୍ତାରେ ଘସରା ଚପଲରେ ଯେ.....'
ଆଉ କିଛି କହିଲେନି ରଜତ ବାବୁ ...ଚୁପ୍ ଚାପ୍ ଚିକେନ ବ୍ୟାଗ ଧରି  ଘରମୁହାଁ ହେଲେ ସେ...ରତନ ବି ପୂର୍ବବତ୍ ତା' ଖବରକାଗଜ ପଢା କାମରେ ଲାଗିଗଲା ।
ରାଜରାସ୍ତାରା ଦଉଡୁ ଥିଲେ ଘୋଘାରେ ଅନେକ ମଟରଗାଡି ।
       *ସମାପ୍ତ*

No comments:

Post a Comment