ବାର୍ତ୍ତାଳାପ-ଏକ ଭିନ୍ନ ଚିନ୍ତାଧାରା
ଆଶୁତୋଷ ମେହେର
ମଣିଷର ସୃଷ୍ଟିରୁ ଆରମ୍ଭ କରି ଆଜି ପର୍ୟ୍ୟନ୍ତ ଯେତେ ଅଗ୍ରଗତି କରିଛି,ତା ପାଇଁ ମତାମତଆଦାନପ୍ରଦାନ ବା ବାର୍ତ୍ତାଳାପ (Communication) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଚାଲିଛି ।ପରିବାରରେ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ, ସମାଜରେ ବନ୍ଧୁବା ତଥା ବିଭିନ୍ନ ବର୍ଗ ମଧ୍ୟରେ ସମନ୍ବୟ ତଥା ଶାସନରେ ଶାସକ ଓ ଶାସିତ ମଧ୍ୟରେ ବିଶ୍ବାସର ଧାରାକୁ ଆଗେଇ ନେବାରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ନେଇ ଆସିଛି ଏବଂ ଏବେ ମଧ୍ୟ ଜାରିରହିଛି ।
ପ୍ରାଚୀନ ପ୍ରସ୍ତର ଯୁଗରେ ଧ୍ବନି ଓ ଶଦ୍ଦ ମଧ୍ୟମରେ ଏହା ଆରମ୍ଭ ହୋଇ ଧୀରେ ଭାଷାବାର୍ତ୍ତାରେ ରୂପାନ୍ତରିତ ହେଲା।କଥିତ ଭାଷାର ଲିଖିତ ରୂପ ନେଇ ଚଠି ଓ ପତ୍ରାଳାପ ଆରମ୍ଭ ହେଲା।ପରେପରେ ବିଭିନ୍ନ ମାଧ୍ୟମର ଆବିଷ୍କାର ଓ ଉଦ୍ଭାବନ ହୋଇ ରେଡିଓ,ଟେଲିଫୋନ,ମୋବାଇଲ,
ଇନଟରନେଟ,ଇମେଲ,ଏସଏମଏସ,
ହ୍ବାଟସଆପ,ଟ୍ବିଟର ଓ ଫେସବୁକ ରୂପରେ ବହୁଳଭାବେ ପ୍ରଚାରିତ ଓ ପ୍ରସାରିତ ହୋଇଯାଇଛି।ଡିଜିଟାଲ୍ ଇଲୋକଟ୍ରନିକ ଓ ଅନଲାଇନ ବ୍ୟବସ୍ଥାରେ ବାର୍ତ୍ତାଳାପ ସର୍ବବ୍ୟାପି ଓ ଦ୍ରୂତଗାମୀ ହେଇ ପୃଥିବୀର ପରିସୀମାକୁ ଛୋଟ କରିସାରିଲାଣି।
କିଂତୁ ଏ ସବୁର ବହୁଳ ପ୍ରଚାର ଓ ପ୍ରସାର ଫଳରେ ଦେଖାଗଲା ଯେ ଧୀରେ ଧୀରେ ମଣିଷକୁ ଯନ୍ତ୍ରବତ କରି ଆମକୁ ବନ୍ଧୁପରିଜନଙ୍କ ଠାରୁ ପାରସ୍ପାରିକ ଭାବେ ଦୂରକୁ ନେବାକୁ ଲାଗିଲା। କାହା ସହିତ ସିଧାସଳଖ ସମ୍ମୁଖ ବାର୍ତ୍ତଳାପ ନ କରି,ଏହି ଡିଜିଟାଲ ମାଧ୍ୟମରେ ଏକ ଶୁଖଲା ବାର୍ତ୍ତି ଟି'ଏ ପଠାଇବାକୁ ଖୋରାକ ଯୋଗାଇଲା।ଯଦିଓ ଏହା ଜିନିଷକୁ ସହଜ ଓ ଖିପ୍ରକଲା, ତେବେ ଆମର ମାନବିକତାକୁ ଧୀରେଧୀରେ ଏକ ଭିନ୍ନମୋଡ ଦେଲା।କାହାର ସୁଖଦୁଃଖରେ କିଛି ସମୟ କାଢି ତା ପାଖକୁ ଯାଇ ସମବେଦନା ଜଣାଇବା ବଦଳରେ,ନିଜ ମୋବାଇଲରେ ଏକ ଛୋଟ ବାର୍ତ୍ତା ପ୍ରେରଣା କରି ନିଜ କର୍ତ୍ତବ୍ୟ ଶେଷ କରିଦେଲା।ସତେ ଯେମିତି ଏ ସଂସାରରେ ଏକ ପରିଚିତ ମଣିଷପାଇଁ ଗୋଟାଏ ପୁରାଧାଡି ବି ଲେଖିବାର ସମୟ ଯେମିତି ଆମ ପାଖରେ ନାହିଁ।ଏହି ପ୍ରକାରର ଚିନ୍ତାଧାରାରେ ବୁଡିରହି ଆମେ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ହରାଇ ଦେଲା ।
କିଛି ସମୟ ପୂର୍ବେ,ସକାଳ ବା ସଂଧ୍ୟା ସମୟରେ, କିଛି ବଂଧୁଙ୍କ ଗହଣରେ ସାମାନ୍ୟ ଚା'ଜଳଖିଆ ସହ ବାର୍ତ୍ତାଳାପ କରିବାର ସୈହାର୍ଦ୍ୟପୂର୍ଣ୍ଣ ପରିବେଶ ଆମେ ଆଉ ଦେଖିବାକୁ ପାଉନାହୁଁ। ଦୁଃଖର କଥା ଛୋଟ ଛୋଟ ସହରରେ ମଧ୍ୟ ଏ ସମ ଅବସ୍ଥା। ମାନବୀୟ ଆର୍କଷଣ,ସମବେଦନା ଓ କଥାବାର୍ତ୍ତ ର ମହତ୍ତ୍ବ ସତେ ଯେମିତି ହଜିଯାଉଛି ।
ତେବେ ଏ ସବୁକୁ ଭୁଲି,ତଥାକଥିତ ବ୍ୟସ୍ତଜୀବନରୁ ନିଜକୁ ମୁକ୍ତକରି କିଛି ଧୀରଶାନ୍ତ ସମୟର ଉପଭୋଗ ଓ ଉପଯୋଗ କରନ୍ତୁ। ନିଜର ସାଂଗସାଥୀ ବନ୍ଧୁପରିଜନଙ୍କ ସାନ୍ନିଧ୍ୟ ଲାଭକରି କିଛି ଉତ୍ତମ ସମୟ ବିତାନ୍ତୁ। ଦେଖିବେ ନିଜେ ନିଜକୁ ରୁଦ୍ଧିମନ୍ତ କରିବାସହ ଅନ୍ୟକୁ ମଧ୍ୟ ତତୋଧିକ ଖୁସି କରୁଛନ୍ତି ଏବଂ ବହୁତ ଭଲକାମ ସମାଜ ପାଇଁ କରୁଛନ୍ତି।
*******ସମାପ୍ତ******
No comments:
Post a Comment