।।ସଫଳ ଜୀବନ ପାଇଁ ପାଞ୍ଚ ପାହାଚ।।
ଏ ସଂସାରରେ ଜନ୍ମ ନେଇ ଜୀବନକୁ ସଫଳ ଭାବେ ବଞ୍ଚିବା ହିଁ ଆମ ପାଇଁ ଭଗବାନ ଦତ୍ତ ବରଦାନ । ଏ ବରଦାନକୁ ଠିକ୍ ଭାବରେ ପରିଚାଳନା କରିବାରେ ଅନେକ ବାଟ ଅଛି କିଂତୁ ସ୍ବାମୀ ବିବେକାନନ୍ଦଙ୍କ ଦର୍ଶାଇଥିବା ପାଞ୍ଚ ନିୟମ ବା ପାହାଚ ପ୍ରଣିଧାନ ଯୋଗ୍ୟ ।
**ପ୍ରଥମ--ପ୍ରତ୍ୟେକ ଜିନିଷକୁ ଠିକ୍ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହେବ**
ଜୀବନରେ ଘଟୁଥିବା ଘଟଣାଗୁଡିକକୁ ସାକାରାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରିବାକୁ ହେବ । କହିବା କଥା ସବୁ ଘଟଣାର ସାକାରାତ୍ମକ ଓ ନାକାରାତ୍ମକ ଭାବେ ଦୁଇଟା ଦିଗ ଥାଏ। ସାକାରାତ୍ମକ ଦୃଷ୍ଟି ହିଁ ଆମକୁ ଆଗକୁ ବଢିବାର ପ୍ରେରଣା ଓ ସୁଯୋଗ ଦିଏ ।ଏଇଥିପାଇଁ ଆମକୁ ବିଚାରାବନ୍ତ ହେବାକୁ ହେବ ଓ ସଂସାରରେ ସାକାରାତ୍ମକ ଜିନିଷକୁ ଗ୍ରହଣକରି ନାକାରାତ୍ମକୁ ଛାଡିବାକୁ ପଡିବ ।
**ଦ୍ବତୀୟ--ସଂସାରରେ କିଛି ଅସମ୍ଭବ ନୁହେଁ**
ଆମେ ସମସ୍ତେ ଭଗବାନଙ୍କ ଅନବଦ୍ୟ ସୃଷ୍ଟି ଓ ଅନୁପମ ।ଏ ସଂସାରରେ ଏମିତି କିଛି କାମନାହିଁ, ଯାହା ମଣିଷ ଦ୍ବାରା ହୋଇ ପାରିବ ନାହିଁ । ତେବେ ଏଇଥି ପାଇଁ ନିଜ ଉପରେ ବିଶ୍ବାସ ରଖି ନିଜ ସାକାରାତ୍ମକ ଶକ୍ତି ସଠିକ ବିନିଯୋଗ କଲେ ସମସ୍ତ ସଫଳତା ଆମକୁ ମିଳିବ।
**ତୃତୀୟ--ସଂସାରରେ ସୁଖ ବାଣ୍ଟନ୍ତୁ**
ମଣିଷ ଜୀବନରେ ଦେବାର ସୁଖ; ନେବାର ସୁଖ ଠାରୁ ବହୁତ ବେଶୀ।ଏହାକୁ ମନେରଖି ନିଜେ ଅନ୍ୟମାନଙ୍କ ପାଇଁ ଏକ ସୁଖର ଉତ୍ସ ହେବା ଆମର ଧ୍ୟେୟ ହେବା ଉଚିତ। ଏହି ସୁଖ ପ୍ରଦାନରେ ଯେଉଁ ଆନନ୍ଦାନୁଭୂତି ଅନୁଭବ ହୁଏ,ତାହା ଜୀବନର ଏକ ଅତୁଲ୍ୟମୟ ଅନୁଭୂତି।ଏହାକୁ ହାତଛଡା କରିବା କଥା ନୁହେଁ।
**ଚତୁର୍ଥ--ନିଜ ଅନ୍ତରାତ୍ମାକୁ ଶୁଣନ୍ତୁ**
ସବୁବେଳେ ନିଜର ହୃଦୟ ଭିତରକୁ ଦେଖନ୍ତୁ ଓ ଅନ୍ତରାତ୍ମାକୁ ନୀରିକ୍ଷଣ କରି ଶୁଣନ୍ତୁ ।ଏହା ହିଁ ଆପଣଙ୍କୁ ଠିକ୍ ଦିଗରେ ପରିଚାଳିତ କରିବ। କେବେ କେମିତି ଏହା ଆପଣଙ୍କୁ ନିରାଶ କଲେ, ପ୍ରଭୂଙ୍କୁ ସୁମରି ଧ୍ୟାନମଗ୍ନ ହୁଅନ୍ତୁ; ଦେଖିବେ ଭଗବାନ ଆପଣଙ୍କୁ ଠିକ୍ ଉତ୍ତର ଖୋଜାଇ ଦେବେ।
**ପଞ୍ଚମ--ପ୍ରେମମୟ ଜୀବନ ଲକ୍ଷ୍ୟ ହେଉ**
ମଣିଷ ଜୀବନରେ ପ୍ରେମ ଏକ ଅନନ୍ୟ ଅନୁଭୂତି ଓ ନିଜ ଭିତରେ ସ୍ବୟଂ ସଂପୂର୍ଣ୍ଣ।ଏହା ହିଁ ଜୀବନକୁ ଚରମ ଅନୁଭୂତି ପ୍ରଦାନ କରେ। ନିଶ୍ବାସ/ପ୍ରଶ୍ବାସ ଯେମିତ ଆମ ପ୍ରାଣକୁ ବଞ୍ଚାଇ ରଖେ,ଠିକ୍ ସେମିତି ପ୍ରେମାନୁଭୂତି ଜୀବନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ ।
ତେଣୁ,ଏହି ପାଞ୍ଚଗୋଟି ପାହାଚ ଚଢିପାରିଲେ ଜୀବନରେ ସଫଳତା ସହଜରେ ମିଳିଥାଏ ।
**** ସମାପ୍ତ****
ପାଞ୍ଚୋଟି ଯାକ ପାହାଚ ସୁନ୍ଦର ହେଇଛି, କିନ୍ତୁ ବାସ୍ତବିକ ଜୀବନ ରେ ସେଗୁଡିକରେ ପାଦ ଦେବା କେତେ ଦୂର ସମ୍ଭବ , ତାହା ହିଁ ଅନୁଧ୍ୟାନ ସାପେକ୍ଷ । ତଥାପି ଯଥାସମ୍ଭବ ସେ ଦିଗରେ ଚେଷ୍ଟା ଅବ୍ୟାହତ ରଖିବାକୁ ହେବ । ଏହା ପ୍ରତ୍ୟେକ ମଣିଷର ଧ୍ୟେୟ ହେଉ, ଏହାହିଁ ଆଜିର କାମନା ।
ReplyDeleteମତାମତ ପାଇଁ ଧନ୍ୟବାଦ ନେବେ ।ଜୁହାର
Delete